ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା କେବେ ହେବ?
ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲା ହେବ? ଏହି ପ୍ରଶ୍ନ କୋଟି କୋଟି ଓଡ଼ିଶାବାସୀଙ୍କ ପ୍ରଶ୍ନ । ରାଜ୍ୟରେ ଲଗାଣ ବର୍ଷା ଫଳରେ ଗତ ଚାରି ଦିନ ଧରି ରତ୍ନ ଭଣ୍ଡାର ଭିତରେ ପାଣି ଗଳୁଛି । ପାଣି ଗଳୁଥିବାରୁ ଭିତରେ କାଠ ସିନ୍ଦୁକର ଅବସ୍ଥା କଣ ହୋଇଥିବ? ଏବଂ ତାହାର ପ୍ରତିକାର ପାଇଁ କଣ କରାଯାଉଛି ? ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।
ଦୀର୍ଘ ପାଞ୍ଚ ବର୍ଷ ଧରି ଭିତର ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ବାରମ୍ବାର ଦାବି ଉଠିଛି । ଚଳିତ ବର୍ଷାରେ ପୁଣି ଥରେ ବର୍ଷା ପାଣି ଝରିବା ଘଟଣା ଚେତାଇ ଦେଇଛି ଭିତର ରତ୍ନଭଣ୍ଡାର ଖୋଲି ଏହାର ମରାମତି ଜରୁରି ହୋଇ ପଡ଼ିଛି । ତେବେ ପ୍ରଶାସନ କେବେ ଏ ବିଷୟରେ ଚିନ୍ତା କରିବ ତାହା ସମୟ କହିବ ।