ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଆଜି ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଗତ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନଥିଲେ ଅକ୍ଷୟ । ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହେବା ପାଇଁ ଅକ୍ଷୟଙ୍କୁ ଇଡି ପକ୍ଷରୁ ତାଗିଦ କରାଯାଇଥିଲା । ସେପଟେ ଇଡିର ତଦନ୍ତ ଯେତେ ଆଗକୁ ବଢୁଛି, ଅର୍ଚ୍ଚନା ସହ ସଂପୃକ୍ତ ନେତା, ବ୍ୟବସାୟୀ, ବିଲଡରଙ୍କ ଛାତି ସେତେ ଧଡପଡ ହେଉଛି ।

ସୂଚନା ମିଳିଛି ୧୨ ଜଣ ନେତାଙ୍କୁ ଇଡି ହାଜର ହେବା ପାଇଁ ନୋଟିସ ପଠାଯାଇଛି ।