ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ

ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । କାଲିର ନୀତିକାନ୍ତି ଆଜି ରାତିରୁ ଆରମ୍ଭ ହେବ ।ସେପଟେ, ଆଜି ବିରାଜିବେ ମା’ ମହାକାଳୀ । ମା’ଙ୍କ ମନ୍ଦିରରେ ଚାଲିଛି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଭୁବନେଶ୍ୱର ସତ୍ୟନଗର କାଳୀ ପୀଠରେ ୧୧ ଦିନ ପର୍ଯ୍ୟନ୍ତ ମା’ ୧୦ ମହାବିଦ୍ୟା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ମା’ଙ୍କୁ ମହାକାଳୀ ବେଶରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ପୂଜା ବନ୍ଦ ରହିବ । ବୁଧବାରଠାରୁ ପୁଣି ପୂଜା ଆରମ୍ଭ ହେବ । ବୁଧବାର ମା’ ତାରା ବେଶ ଧାରଣ କରିବେ । ସେହିପରି ବରମୁଣ୍ଡାସ୍ଥିତ ଦକ୍ଷିଣକାଳୀ ପୀଠରେ ମା’ଙ୍କ ପୂଜା ୪୨ ବର୍ଷରେ ପହଞ୍ଚିଛି । ଏହି ଅବସରରେ ମା’ଙ୍କ ନିକଟରେ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହେବ ।