ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ରେ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ଭଡା ଘରେ ରହୁଥିଲେ । ଯୁବତୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ପୁଲିସ୍ ଜଣାଇଛି। ମୃତ୍ୟୁର କାରଣ ଜଣାପଡିନାହିଁ ।