ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି । ସୋମବାର ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବାବେଳେ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ । ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିି । ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ ।ପରିବାର ଲୋକେ ଏ ନେଇ ଦୁର୍ବୃତ୍ତଙ୍କୁ ପଚାରିବାରୁ ସେମାନେ ଟଙ୍କାର ଲୋଭ ଦେଖାଇ ଘଟଣା ସମ୍ପର୍କର କାହା ଆଗରେ ନ କହିବାକୁ ଧମକ ଦେଇଥିଲେ । ସଂଧ୍ୟାରେ ଚାଇଲଡ ଲାଇନ ଏ ସମ୍ପର୍କରେ ଖବର ପାଇବା ପରେ ଇନଫୋସିଟି ଥାନା ସହାୟତାରେ ଦୁଇଜଣ ନାବାଳିକୁ ଉଦ୍ଧାର କରିଛି । ପୁଲିସ ସହାୟତାରେ ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ଘଟଣା ଜିଆରପି ପୁଲିସ ଅଧିନରେ ଆସୁଥିବାରୁ ଏ ନେଇ ଜିଆରପି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ଦୁଷ୍କର୍ମ ଶିକାର ହୋଇଥିବା ଜଣକର ବୟସ ୧୨ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକର ବୟସ ୧୪ ବର୍ଷ ।