ହାଇଟେକ୍ ମେଡ଼ିକାଲରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ୪ ଆହତ
ଭୁବନେଶ୍ବର : ହାଇଟେକ୍ ମେଡ଼ିକାଲରେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟିଛି। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ୩ରୁ ୪ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଜଣାପଡିଛି। ଏସିରେ ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୩ରୁ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସାମାନ୍ୟ ଆହତ ୩/୪ ଜଣ ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି ବୋଲି କହିଛନ୍ତି ହାଇଟେକ୍ ହସ୍ପିଟାଲ ପିଆରଓ।