ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ କଡ଼ା ସୁରକ୍ଷା

ପୁରୀ: ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ବ୍ରାହ୍ମଣବରଣ ସହ  ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏନେଇ କନା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଗୁଆଟେକା ସହ ସମ୍ପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରରୋପଣ। ବରଣ ହୋଇଥିବା ବ୍ରାହ୍ମଣମାନେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞସ୍ଥଳ ନିକଟ ସ୍ବତନ୍ତ୍ର କୁଡ଼ିଆରେ ଅଙ୍କୁରରୋପଣ ନୀତି ସମ୍ପନ୍ନ କରିଛନ୍ତି। ଶନିବାର ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି। ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ଏହି ଅବସରରେ ଗଜପତି ମହାରାଜା ସମନ୍ବୟ ରକ୍ଷା ପୂର୍ବକ ମହାପ୍ରଭୁଙ୍କ ଏହି ପବିତ୍ର ଓ ଭବ୍ୟ ମହୋତ୍ସବକୁ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାରା ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତି ସହ ସନାତନ ସଂସ୍କୃତି ଓ ବୈଦିକ ପରମ୍ପରାର ଅପୂର୍ବ ମିଳନକୁ ଅନୁଭବ କରିବ ବୋଲି ସେ କହିଛନ୍ତି। ୧୬ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ସ୍ୱତନ୍ତ୍ର ଟିମ ୩ଟି ମୁତୟନ ହେବେ । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଲୋକାର୍ପଣ ଉତ୍ସବ ପାଇଁ ଅଧିକ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିବ। ସିସିଟିଭି ଓ ସର୍ଭେଲାନ୍ସ ଟିମ, ବୋମା ନିଷ୍କ୍ରିୟକାରୀ ଟିମ୍, ଫେସ ରିଡିଂ ଟିମ୍‌ ନିୟୋଜିତ ହେବେ। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି।