ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଗୁଜୁରାଟ ଟ୍ରାଜେଡି ପରେ ଚେତିଛି ଓଡିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଜି ଏହି ଝୁଲା ପୋଲର ସୁରକ୍ଷା ଯାଞ୍ଚ କରିବ ଟେକନିକାଲ ଟିମ । ଏହା ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି ।ଆଗକୁ ବଡଓଷା ଆସୁଛି । ଏଥିପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ ହୋଇଥାଏ । ଏଥିପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ବାବାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ସମୟରେ ମହାନଦୀ ଉପରେ ପ୍ରବଳ ଭିଡ ଜମିବାର ସମ୍ଭାବନା ଅଛି । ତେବେ କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଶାସନଏଭଳି ପଦକ୍ଷେପ ନେଇଛି । ୨୦୦୬ ମସିହାରେ ଏହି ଝୁଲାପୋଲ ଉଦଘାଟନ ହୋଇଥିଲା ।