ଆସନ୍ତାକାଲିଠାରୁ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି । ତାତି ପାଇଁ ଘରୁ ବାହାରି ହେଉନାହିଁ । ସ୍କୁଲକୁ ପିଲା କିପରି ଯିବେ ଏନେଇ ଅଭିଯୋଗ ଉଠିବା ପରେ  ଆସନ୍ତାକାଲିଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ଏହି ଛୁଟି ଘୋଷଣା କରାଯାଇଛି ।  ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ ବୋଲି ସରକାରୀ ନିର୍ଦେଶ ରହିଛି। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଗ୍ରୀଷ୍ମକାଳୀନ ଛୁଟି ଦୁଇ ସପ୍ତାହ ପୂର୍ବରୁ ଦିଆଯାଇଛି ।