୨ ଦିନ ସ୍କୁଲ ବନ୍ଦ

school close

ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :

ଆସନ୍ତାକାଲି ରାଜ୍ୟରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଭିନ୍ନ ବୁଥ୍ ମୁହାଁ ହେବେ ପୋଲିଂ କର୍ମଚାରୀ । ଆଜି ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚିଯିବେ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଥିଲେ ।