ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଲିଙ୍ଗଗତ ସମାନତା ଉପରେ ଶିକ୍ଷାଦାନ । ଆସନ୍ତା ଶିକ୍ଷାବର୍ଷରୁ ପିଲାଙ୍କ ପାଠ୍ୟ ପୁସ୍ତକରେ ଏହି ପାଠ୍ୟକ୍ରମ ସାମିଲ ହେବ ବୋଲି ଜଣାପଡ଼ିଛି ।ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏକ ଦିନିକିଆ ସମ୍ମିଳନୀରେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ବର୍ତ୍ତମାନ ଏକ ସହାୟକ ପୁସ୍ତିକା ମାଧ୍ୟମରେ ପିଲାମାନେ ଲିଙ୍ଗଗତ ସମାନତା ପାଠ ଅଧ୍ୟୟନ କରିବେ । ଏହି କାର୍ଯ୍ୟକ୍ରମକୁ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳନା କରାଯିବ । ବ୍ରେକ୍ ଥ୍ରୋ ଓ ଜେ-ପାଲ ଅନୁଷ୍ଠାନ ଏଥି ନିମନ୍ତେ ବୈଷୟିକ ଓ ଗବେଷଣା ସହାୟତା ପ୍ରଦାନ କରିବେ ।ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୧୦୦ଟି ସ୍କୁଲରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ । ସ୍କୁଲର ସମୟ ପରେ ଏହି କ୍ଲାସ ଆରମ୍ଭ ହେବା ନେଇ ଯୋଜନା ରହିଛି ।
Trending
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
- ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ
- ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ
Prev Post