ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । UG ,PG, ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା । ଏହି ଛାତ୍ର ବୃତ୍ତି ପାଇବାକୁ ହେଲେ ଅନଲାଇନ୍ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ଯୋଜନା ମାଧ୍ୟମରେ UG ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଯୋଗାଇ ଦିଆଯିବ ଏବଂ ଏହି ବର୍ଗରେ ୧୦ ହଜାର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ସେହିପରି ଯଦି ଆପଣ PG ଡିଗ୍ରୀ ପଢ଼ୁଥିବେ ତେବେ ଆପଣଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ କିନ୍ତୁ କେବଳ ୫ ହଜାର ଛାତ୍ରଛାତ୍ରୀ ଏହି ବୃତ୍ତିର ଲାଭ ଉଠାଇବାକୁ ସମର୍ଥ ହେବେ । ସେହିପରି ଯେଉଁମାନେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମରେ ପଢ଼ୁଥିବେ ସେମାନଙ୍କୁ ଏହି ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କା ମିଳିବ । ତେବେ କେବଳ ୧୦ ହଜାର ଛାତ୍ରଛାତ୍ରୀ ଏହି ବର୍ଗରେ ସାମିଲ ହୋଇପାରିବେ ।