କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟାକୁ ଚୋରି କରିଥିବା ଦମ୍ପତି ଗିରଫ
କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ଶିଶୁ କନ୍ୟାକୁ ଚୋରି କରିଥିବା ଦମ୍ପତି ଗିରଫ । ତେବେ ପିଲା ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନିକଲି ଡିସ୍ଚାର୍ଜ ସାର୍ଟିଫିକେଟ୍ ଓ ନକଲି ଗେଟ୍ ପାସ୍ ବ୍ୟବହାର କରି ଶିଶୁ କନ୍ୟାକୁ ଚୋରି କରାଯାଇଥିଲା । କଟକ ସଦର ଥାନା ପ୍ରତାପ ନଗରୀ କୈବର୍ତ୍ତ୍ୟ ସାହିର ସ୍ୱିଟି ରାଉତ ଓ ବବୁଲ ବେହେରା ଶିଶୁ କନ୍ୟାକୁ ଚୋରି କରିଥିଲେ । ଏହି ଘଟଣାରେ ଏସସିବି କର୍ତ୍ତୃପକ୍ଷ ଏସ୍ଏନସିୟୁ ଦାୟତ୍ୱରେ ଥିବା ୪ ଜଣ କର୍ମଚାରୀଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହା ସହ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।ନର୍ସିଂ ସୁପରିଟେଣ୍ଡେଣ୍ଟ ରୁକ୍ମିଣୀ ବେହେରା ଓ ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତିଙ୍କ ରିପୋର୍ଟ ଆଧାରରେ କତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍ୱିଟି ରାଉତ ଓ ବବୁଲ ବେହେରାଙ୍କର ୪ ବର୍ଷ ହେବ ବିବାହ ହୋଇଥିଲେ ମଧ୍ୟ ପିଲା ହୋଇନଥିବାରୁ ସ୍ୱିଟି ଶିଶୁ ଚୋରି କରିବା ପାଇଁ ଗଲା ୪ ଦିନ ହେବ ଉଦ୍ୟମ କରି ଆସୁଥିଲେ । ଗତ ୨୬ ତାରିଖରେ ସେ ଏଥିରେ ସଫଳ ହୋଇଥିବା ଜଣାପଡ଼ିଛି । ନିଜ ହାତରେ ଗେଟ୍ ପାସ୍ ଓ ଡିସଚାର୍ଜ ସାର୍ଟିଫିକେଟ୍ କରି ଏସ୍ଏନସିୟୁରୁ ଶିଶୁ ଚୋରି କରିବାକୁ ଉଦ୍ୟମ କରିଥିଲେ ।