କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢାଯିବ ବାଲି
ବର୍ଷ ବର୍ଷ ଧରି କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ପୋତିହୋଇ ରହିଛି । ଇଂରେଜମାନେ ୧୨୦ବର୍ଷ ପୂର୍ବେ ଏହି ବାଲି ପୋତିଥିଲେ । ସେତେବେଳେ ମନ୍ଦିରକୁ ବିପଦ ଥିବା କୁହାଯାଉଥିଲା । ଏବେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି । ବ୍ଲାକ ପାଗୋଡାର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ ।

ଜଗମୋହନ ସୁରକ୍ଷା ପାଇଁ ୧୯୦୩ରୁ ୩ଦ୍ୱାର ଓ ଗର୍ଭଗୃହରେ ବାଲି ପୁରାଇ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା ।ଏବେ ୧୨୦ବର୍ଷ ପରେ ଏହି ବାଲି କଢା ଯିବା ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏହା ପୂର୍ବରୁ କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଛି । ୨ରୁ ୩ ମାସ ଭିତରେ ୱାର୍କିଂ ପ୍ଲାଟଫର୍ମ ପ୍ରସ୍ତୁତ ହୋଇଯିବ । ତାପରେ ପଶ୍ଚିପପଟେ ପିଢା ତଳୁ ଗାତ କରି ବାଲି ବାହାର କରାଯିବା କାମ ଆରମ୍ଭ ହେବ ।