ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ କରୁଛନ୍ତି ଭକ୍ତ । ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ ସଫା କରାଯିବା ସହିତ ସିଂହଦ୍ୱାର ମୁଖଶାଳା ଆଦିକୁ ରଙ୍ଗ କରାଯାଇଛି । ଶ୍ୟାମ କୁଣ୍ଡ, ରାଧା କୁଣ୍ଡ ପରି ତୀର୍ଥ ପୁଷ୍କରିଣୀକୁ ମଧ୍ୟ ସଫା କରାଯାଇଛି । ଭକ୍ତ ଗହଳିକୁ ଆଖିଆଗରେ ରଖି ତିନି ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି । ତତ ସହିତ ଆଲୋକୀ କରଣ, ପାନୀୟ ଜଳ ଯୋଗାଣ, ଖାଦ୍ୟ ବଣ୍ଟନ, ଅସ୍ଥାୟୀ ପରିସ୍ରାଗାର ଓ ଅସ୍ଥାୟୀ ବିଶ୍ରାମଗାରକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖଜା, ଖୁରୁମା, ସରପୁଳି, କେଳି ପର୍ଯ୍ୟନ୍ତ ଭାଗ ପ୍ରସ୍ତୁତି ଚାଲିଛି । ପୁରୀ ପଟୁ ଆସୁଥିବା ଯାନବାହାନ ସାକ୍ଷୀଗୋପାଳ ରେଳ ଷ୍ଟେସନ ପଡ଼ିଆରେ ଓ ଭୁବନେଶ୍ୱର ପଟୁ ଆସୁଥିବା ଯାନବାହାନ କୋଟ ଉପର ପଡ଼ିଆରେ ପାର୍କିଂ କରାଯାଉଛି । ଅତିରିକ୍ତ ଏସ୍ପି ପାହ୍ୟାର ୩ ଜଣ ଅଧିକାରୀ, ଡିଏସପି ୮ ଜଣ, ଇନସ୍ପେକ୍ଟର ୧୫ ଜଣ, ଏଏସଆଇ ୭୪ ଜଣ, ହାବିଲଦାର ଓ କନେଷ୍ଟବଳ ୧୦୦ ଜଣ, ଗୃହରକ୍ଷୀ ୨୦୦ ଜଣ ଟ୍ରାଫିକ ପୁଲିସ ଓ ୨୦ପ୍ଲାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହେବେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post