ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ କରୁଛନ୍ତି ଭକ୍ତ । ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ ସଫା କରାଯିବା ସହିତ ସିଂହଦ୍ୱାର ମୁଖଶାଳା ଆଦିକୁ ରଙ୍ଗ କରାଯାଇଛି । ଶ୍ୟାମ କୁଣ୍ଡ, ରାଧା କୁଣ୍ଡ ପରି ତୀର୍ଥ ପୁଷ୍କରିଣୀକୁ ମଧ୍ୟ ସଫା କରାଯାଇଛି । ଭକ୍ତ ଗହଳିକୁ ଆଖିଆଗରେ ରଖି ତିନି ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି । ତତ ସହିତ ଆଲୋକୀ କରଣ, ପାନୀୟ ଜଳ ଯୋଗାଣ, ଖାଦ୍ୟ ବଣ୍ଟନ, ଅସ୍ଥାୟୀ ପରିସ୍ରାଗାର ଓ ଅସ୍ଥାୟୀ ବିଶ୍ରାମଗାରକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖଜା, ଖୁରୁମା, ସରପୁଳି, କେଳି ପର୍ଯ୍ୟନ୍ତ ଭାଗ ପ୍ରସ୍ତୁତି ଚାଲିଛି । ପୁରୀ ପଟୁ ଆସୁଥିବା ଯାନବାହାନ ସାକ୍ଷୀଗୋପାଳ ରେଳ ଷ୍ଟେସନ ପଡ଼ିଆରେ ଓ ଭୁବନେଶ୍ୱର ପଟୁ ଆସୁଥିବା ଯାନବାହାନ କୋଟ ଉପର ପଡ଼ିଆରେ ପାର୍କିଂ କରାଯାଉଛି । ଅତିରିକ୍ତ ଏସ୍ପି ପାହ୍ୟାର ୩ ଜଣ ଅଧିକାରୀ, ଡିଏସପି ୮ ଜଣ, ଇନସ୍ପେକ୍ଟର ୧୫ ଜଣ, ଏଏସଆଇ ୭୪ ଜଣ, ହାବିଲଦାର ଓ କନେଷ୍ଟବଳ ୧୦୦ ଜଣ, ଗୃହରକ୍ଷୀ ୨୦୦ ଜଣ ଟ୍ରାଫିକ ପୁଲିସ ଓ ୨୦ପ୍ଲାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହେବେ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post