ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ
ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ । ପ୍ରେସମିଟ କରି ସୂଚନା ଦେଲେ ଭର୍ତ୍ତୁହରି । କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ଅପରାହ୍ନ ୪ଟାରେ ପଠାଇଛି ଚିଠି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନାହିଁ । ଦଳ ତିଆରି ହେବା ବେଳେ ଗୋଟେ ଦାୟିତ୍ୱ ଥିଲା । ଏବେ ତାହା ହଜି ସାରିଛି । ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି।
ଏବଂ ପୁଣି ଯେତେବେଳେ ନିର୍ବାଚନ ଆସୁଛି ସେତେବେଳେ ଦଳଠୁ ଦୂରେଇଗଲେ ମୁଁ ସେ କାମ କରିପାରିବି ବୋଲି ଭାବୁଛି । ଯେତେବେଳେ ମୁଁ ଗୋଟେ ବନ୍ଧନରେ ରହିଯାଉଛି ଏବଂ ମୋ ଅନୁଭବକୁ ପ୍ରକାଶ କରିବାରେ ବାଧା ଦିଆଯାଉଛି ଏବଂ ଯଦି ବି କିଛି କହିଲି ତାକୁ କଦର୍ଥ କରି ସମାଲୋଚନା କରାଯାଉଛି ଭଲ ହେବ ମୁଁ ତହିଁରୁ ଦୂରେଇ ଯାଏ ବୋଲି ପ୍ରେସମିଟରେ ରହିଛନ୍ତି ଭର୍ତ୍ତୃହରି ।
ବିଗତ ୨ରୁ ଅଢେଇ ବର୍ଷ ହେବ ମୁଁ କୌଣସି ମତ ପ୍ରକାଶ କରୁନି । ତାର ଏକମାତ୍ର କାରଣ ହେଲା, ଯେଉଁମାନଙ୍କୁ କହି ସେମାନଙ୍କ ଆଚରଣର ସଂଶୋଧନ ପାଇଁ ଚାହୁଁଥିଲି ମୁଁ ବିଫଳ ହେଲି ତାହା ଏକ କାରଣ । ଧୈର୍ଯ୍ୟର ବି ଗୋଟେ ସୀମା ଥାଏ । ତାହା ସୀମା ଅତିକ୍ରମ କରିଗଲା । ସୀମା ଟପିଯିବା ନେଇ ରାମାୟଣର ଉଦାହରଣ ଦେଇ ଭର୍ତ୍ତୃହରି କହିଛନ୍ତି-ଧର୍ମରେ ଯିଏ ଥାଏ, ରାବଣ ବିରୋଧରେ ସଂଗ୍ରାମ କରିବାକୁ ଯିଏ ପଣ କରିଥାଏ ସିଏ ସାଗରକୁ ଯେତେ ଅନୁରୋଧ କଲେ ବି ତାପାଇଁ ବାଟ ଛଡା ହୋଇନଥିଲା । ତେଣୁ ପ୍ରଭୁ ଶ୍ରୀରାମ ଧନୁ ଉଠାଇଥିଲେ, ସାଗରକୁ ଶୁଖେଇବାକୁ ଧମକ ଦେଇଥିଲେ । ତେଣୁ ମୋର ସୌମ୍ୟକ ଶକ୍ତିରେ ମୋ କ୍ରୋଧକୁ କହିବାକୁ ଚାହିଁଛି ।