ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି  । ମୃତ ଛାତ୍ରୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ବୋଲି ଜଣାପଡିଥିବା ବେଳେ କାହିଁକି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ  । ତାଙ୍କ ଘର ରାୟଗଡା ଜିଲ୍ଲାରେ ହୋଇଥିବା ଜଣାପଡିଛି  । ପରୀକ୍ଷା ଚାଲିଥିବା ବେଳେ ଛାତ୍ରୀ ଜଣଙ୍କ  ଆତ୍ମହତ୍ୟା କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି  । ୨ଟି ପେପର ଖରାପ ହୋଇଥିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏନେଇ ସ୍ପଷ୍ଟ ହୋଇନାହିିଁ ।  ହଷ୍ଟେଲରୁ ପୋଲିସକୁ ସୁଇସାଇଡ ନୋଟ ମିଳିଛି  । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି  ।