କାଲିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ
ଆସନ୍ତାକାଲିଠୁ ପୁଣି ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା । ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି । କାଲିଠୁ ଷ୍ଟୋନ ବା ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ । ଆବଶ୍ୟକ ସ୍ଥଳେ ଫାଟ ଫାଟ ଥିବା ପଥର ପରିବର୍ତ୍ତନ ହେବ। ଡ଼ିସେମ୍ବର ୨୫ରୁ ଭକ୍ତଙ୍କ ଗହଳିକୁ ଦେଖି ରତ୍ମଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା । ମାର୍ଗଦର୍ଶିକା ଆଧାରରେ କାଲି ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ ଠାରୁ ପ୍ରାୟ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମରାମତି କାମ ଚାଲିବ ।