ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗ ପୁଣି ଚର୍ଚାରେ

ପୁରୀ: ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗକୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଛି । ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରୀ ଏନ୍.କେ ମହାନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ଯାଇ ଅନୁଧ୍ୟାନ କରି କୋର୍ଟଙ୍କୁ ଅବଗତ କରାଇବେ । ଲଗାଣ ବର୍ଷା ପରେ ଏବେ ଶ୍ରୀମନ୍ଦିର ଭିତରେ ଥିବା ରତ୍ନଭଣ୍ଡାରେ ଘରେ ପାଣିଗଳୁଛି । ତେବେ ରତ୍ନ ଭଣ୍ଡାର ଘର ଖୋଲାଯାଉନାହିଁ ।

ସେହିଭଳି ଗତକାଲି ଶୁକ୍ରବାର ଆମିକସ୍ କ୍ୟୁରି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଏଏସ୍ଆଇ ପକ୍ଷରୁ ବାଲି କାଢିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାର ଅନୁଧ୍ୟାନ କରିଥିଲେ ।

ଆମିକସ କ୍ୟୁରିଙ୍କ ଗସ୍ତ ପରେ ଏଏସଆଇର ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ଉପସ୍ଥିତ ରହିଥିଲେ । ୧୯୦୩ ମସିହାରେ ମୁଖଶାଳାର ଗର୍ଭଗୃହରେ ଭର୍ତ୍ତି ହୋଇଥିବା ୧୦ ହଜାର ମେଟ୍ରିକ୍‌ ଟନ୍‌ ବାଲି କାଢ଼ିବାକୁ ଏଏସ୍‌ଆଇ ନିଷ୍ପତ୍ତି ନେବାପରେ ଏଥିପାଇଁ ପୂଜାର୍ଚ୍ଚନା ସହ ଟିକିନିଖି ଯାଞ୍ଚ କରାଯାଇଥିଲା ।