ଆଜି ବର୍ଷୁଛି, ଆସନ୍ତା କାଲିଠୁ ରାଜ୍ୟରେ କମିପାରେ ବର୍ଷା!

ଭୁବନେଶ୍ବର: ଗତ କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଆସନ୍ତାକାଲିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । । ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଳିତ ଅକ୍ଟୋବର ମାସରେ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।