ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ୧୧ଟି ପ୍ରସଙ୍ଗ ଉପରେ ଆଲୋଚନା
ପୁରୀ: ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ବୈଠକ ସୂଚୀରେ ୧୧ଟି ପ୍ରସଙ୍ଗ ରହିଥିବା ବେଳେ ଏଥର ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ସ୍ଥାନୀତ କରିନି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ଉପରେ କଟକଣା, ରଥ କାଠ ଅଭାବକୁ ନେଇ ଶ୍ରୀଜଗନ୍ନାଥ ବନପ୍ରକଳ୍ପର ସମୀକ୍ଷା, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗ ଉପରେ ନିଆଯିବ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି । ଶ୍ରୀମନ୍ଦିର ମରାମତିରୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତିକୁ ନେଇ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯିବ । ତା ସହିତ ରଥ ଯାତ୍ରାରେ ରଥ କାଠ ଅଭାବ ପୂରଣ ନେଇ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଯାଜନାର ମଧ୍ୟ ସମୀକ୍ଷା କରାଯିବ ।