ଭୁବନେଶ୍ବର: ମୁଢ଼ି ଓ ଚୁଡ଼ାରେ ଜିଏସଟି ଲାଗିବା ପରେ ଏହି ଚର୍ଚା ଆଜି ବିଧାନସଭାରେ ହୋଇଛି । ରାଜ୍ୟରେ ସବୁ ବର୍ଗର ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ ଉପରେ 5 ପ୍ରତିଶତ ଜିଏସଟି ଆଜିଠୁ ଲାଗୁ ହୋଇଛି । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଚୁଡ଼ାମୁଢ଼ି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।
ଯଦି କେନ୍ଦ୍ର ସରକାର ଏହା ଉପରେ GST ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ସେ ଦାବି କରିଥିଲେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ।ଏହି GST କେବଳ ପ୍ୟାକେଟ୍ରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଆଦି ଉପରେ ଲାଗୁହେବ।