ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ସରକାର ନେଲେ ପଦକ୍ଷେପ
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକା ଚୂଡାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଯେଉଁମାନେ ବଳକା ହେବେ ସେମାନଙ୍କ ପାଇଁ ଅନ୍ୟ ଧର୍ମଶାଳାର ମଧ୍ୟ ବ୍ୟବସ୍ଥା କରାଯାଉଛି । କୌଣସି ହବିଶ୍ୟାଳି ଯେମିତି ନ ଫେରନ୍ତି ସେନେଇ ବ୍ୟବସ୍ଥା କରାଯାଉଛି ।