ପ୍ରବାସୀ ଭାରତୀୟ ଦିବସରେ ଉଦଦ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ କରିଛନ୍ତି। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ସ୍ବାଗତ କରିଥିଲେ।

ଏହି ଦିବସକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କୁ ଜଗନ୍ନାଥ ଏବଂ ଲିଙ୍ଗରାଜ ଭୂମିରେ ସ୍ବାଗତ। ଆପଣମାନଙ୍କ ପାଇଁ ମୁଁ ଆଜି ବିଦେଶରେ ଗର୍ବିତ। ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମର ଦାୟିତ୍ୱ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଆମେ ଗୁରୁତ୍ୱ ଦେଉଛୁ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ କରୁଥିଲେ। ଏବେ ସମୟ ବଦଳିଛି। ଆମେ ପ୍ରବାସୀଙ୍କୁ ଗୁରୁତ୍ୱ ଦେଉଛୁ।