ଓଡ଼ିଆ ପୁଅ ପୁରଞ୍ଜନ ଦଳାଇଙ୍କୁ ନୂଆ ସଂସଦ ଭବନରେ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶ୍ରମଜୀବୀ ଓ କାରୀଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ ପୁରଞ୍ଜନ। ସେଥିପାଇଁ ତାଙ୍କୁ ଆଜି ସମ୍ୱିର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 ପୁରଞ୍ଜନଙ୍କ ଘର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ। ପୁରଞ୍ଜନଙ୍କ ପରି ନୂଆ ସଂସଦ ନିର୍ମାଣରେ ନିୟୋଜିତ ସୁନ୍ଦରବନ ୱେଷ୍ଟର ସତ୍ୟରଞ୍ଜନ ଦାସ, ଝାରଖଣ୍ଡର ରାମ ମୁର୍ମୁ, ଏଜାଜ ଅହମ୍ମଦ, ରାଜସ୍ଥାନର କିଷନ ଲାଲ୍‌, ଗୁଜରାଟର ଦେବଲାଲ୍‌, ବିହାର ଅନୀଲ କୁମାର ଯାଦବ, ସୁବ୍ରତା ସୁତ୍ରଧର, ଝରଖଣ୍ଡର ମୁଜାଫର ଖାନ୍‌, ନୂଆଦିଲ୍ଲୀର ଧର୍ମନ୍ଦ୍ର ଜୀ ଓ ବନାରସରୁ ଆନନ୍ଦ ବିଶ୍ୱକର୍ମାଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ।