କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ଦାସଙ୍କ ବ୍ରହ୍ମପୁର ଘରେ ପହଞ୍ଚି ଛାନଭିନ କରୁଛି

ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ଭୋରରୁ ଗୋପାଳ ଦାସଙ୍କ ବ୍ରହ୍ମପୁର ଘରେ ପହଞ୍ଚି ଛାନଭିନ କରୁଛି । ବ୍ରହ୍ମପୁର ଆଙ୍କୁଲିର ଶିଳ୍ପାଞ୍ଚଳରେ ଥିବା ଗୋପାଳ ଦାସଙ୍କ ଘରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛି । ତଦନ୍ତକାରୀ ଟିମ୍ ଗୋପାଳ ଦାସଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଗୋପାଳଙ୍କ ଘରେ ତଦନ୍ତକାରୀ ସଂସ୍ଥା ପହଞ୍ଚି ଛାନଭିନ କରିଥିଲା । ଏବେ ପୁଣି ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ।ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ୪ ଦିନିଆ ରିମାଣ୍ଡ ଅବଧି । କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ । ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ କରିସରଭୁକ୍ତ କରାଯାଉଛି ।