କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି
କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ନୀଳମାଧବଙ୍କୁ ଦର୍ଶନ ପରେ ବିଶ୍ବାବସୁଙ୍କ ଗାଁ କାଳିଆପଲ୍ଲୀ ଯାଇଛନ୍ତି। କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହାପରେ ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯାଇ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ଭୁବନେଶ୍ବର ରାଜଭବନରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ରେ ୩୦ ପ୍ଲାଟୁନ ପୋଲିସ ଓ ଭୁବନେଶ୍ବରରେ ୧୨ ପ୍ଲାଟୁନ ପୋଲିସ ମୁତୟନ ହେବେ ।