ଆଜି ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ଯାଇ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଗୋପବନ୍ଧୁ ଆୟୁର୍ବେଦ ବିଦ୍ୟାଳୟକୁ ଯିବେ । ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । କାର୍ଯ୍ୟକ୍ରମ ସାରି ରାଜଭବନରେ ବିଶ୍ରାନ ନେବେ । ଅପରାହ୍ନରେ ନୌସେନା ଦିବସ ସମାରୋହରେ ସାମିଲ ହେବେ । ବ୍ଲୁ ଫ୍ଲାଗ୍ ବିଚରେ ନୌସେନାର ସମରାଭ୍ୟାସ ଦେଖିବେ ।
ସେପଟେ, ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ପାଇଁ ପୁରୀରେ ସ୍କୁଲ ଛୁଟି । ପୁରୀ ପୌରପାଳିକାର ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ଆଜି ବନ୍ଦ ରହିବ । ଏଥିସହ ନିକଟବର୍ତ୍ତୀ ସ୍କୁଲ ମଧ୍ୟ ଏହି ଉପଲକ୍ଷେ ବନ୍ଦ ରହିବ । କିନ୍ତୁ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ଏହି ପରୀକ୍ଷା କରାଯିବ। ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ରରେ ସକାଳ ୭ ଘଟିକା ରୁ ମଧ୍ୟାହ୍ନ ୧୨ଘଟିକା ମଧ୍ୟରେ ଅନୁଷ୍ଠିତ ହେବ ।