ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି। ୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ମାନୀତ କରାଯାଇଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଯାପନୀ ସମାରୋହରେ ଯୋଗଦେେଇ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।