ଚମକିବ ରାମଚଣ୍ଡୀ ମୁହାଣ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ

ରାମଚଣ୍ଡୀ ମୁହାଣ ନିକଟରେ ଡ଼ିସେମ୍ବର ୧ରୁ କୋଣାର୍କ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ ଆରମ୍ଭ ହେବାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଉତ୍ସବ ତିନି ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ ବଡ଼ ତୋରଣ, ସେଲ୍ଫି ପଏଣ୍ଟ, କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ରାସ୍ତା ମରାମତି, ପାନୀୟ ଜଳ ବ୍ୟବସ୍ତା, ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲୁ ରହିଛି।

ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ସରିଲେ ସମୁଦ୍ର କୂଳରୁ ୩୦ମିଟର ବାଦ ଦେଇ ବେଳାଭୂମିରେ ୭୦ଟି ଅତ୍ୟାଧୁନିକ ତମ୍ବୁ ଘର ନିର୍ମାଣ କରାଯିବ। ତମ୍ବୁ ଘରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ। ପର୍ଯ୍ୟଟକମାନେ ବେଳାଭୂମିରେ ରାତି ଦୃଶ୍ୟକୁ ମନଭରି ଉପଭୋଗ କରିପାରିବେ। ଏହା ବ୍ୟତୀତ ଜଳ କ୍ରୀଡା, ସାଇକେଲ ଚାଳନା ପାରାସେଲିଙ୍ଗ, ସଂଗୀତ ଓ ଯୋଗ ଭିତିକ କାର୍ଯ୍ୟକ୍ରମ ରହିଛି।