ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ

ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ ଧାମନଗର ଭଳି ପଦ୍ମପୁରରେ ବି ପଦ୍ମ ଫୁଟିବ ବୋଲି ପ୍ରଦୀପ ପୁରୋହିତ ଦୃଢ଼ୋକ୍ତି କରିଛନ୍ତି ।ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ବି ଦଳ କିନ୍ତୁ ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରି ସାରିଛି । ଏପରିକି ୧୪ ତାରିଖରେ ନାମାଙ୍କନ ପାଇଁ ଦଳ ପକ୍ଷରୁ ସମୟ ଧାର୍ଯ୍ୟ ହୋଇସାରିଛି । ବିଧାୟକମାନଙ୍କୁ ଉପସ୍ଥିତ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ କୁସୁମ ଟେଟେ । ଚର୍ଚ୍ଚା ଭିତରେ, ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି ପ୍ରଦୀପ ପୁରୋହିତ । କହିଛନ୍ତି, ଯେଉଁ ଭରସା ନେଇ ତାଙ୍କୁ ପଦ୍ମପୁରରେ ଦଳ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି ସେ ସେହି ଆଶା ଭରସାକୁ ପୂରଣ କରିବେ ।