ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ତେବେ ବରିଷ୍ଠ ନେତାମାନେ କହିଛନ୍ତି ସେ ସୁସ୍ଥ ଅଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ତାଙ୍କୁ ସାକ୍ଷାତ କରିଛନ୍ତି ।
କିଛି ଦିନ ପୂର୍ବରୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କର ସ୍ୱାସ୍ଥ୍ୟବସ୍ଥା ଆଉ ମଧ୍ୟ ଠିକ ନ ଥିବା ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେ ଅସୁସ୍ଥ ଥିବା କଥା ଜଣାପଡ଼ିଥିଲା, ହେଲେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସୁସ୍ଥ ଥିବା ଦାବି କରିଥିଲେ। ତଥାପି, ପରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜାରି ରହିଛି। ପାଞ୍ଚଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଓଡ଼ିଶାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଏବେ ନିଜର ପ୍ରୀୟନେତାଙ୍କ ଅସୁସ୍ଥତା ଖବର ଶୁଣି ଲୋକେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।