ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୯ଗାଡି ଜବତ ୮ଡ୍ରାଇଭର ଅଟକ
ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ତହସିଲର ଓ ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୈ।ଜାରେ ଦିନକୁ ଦିନ ବେଧଡକ ଭାବରେ ଚାଲିଛି ଲଘୁଖଣିଜ ପଦାର୍ଥ ଚୋରାଚାଲାଣ।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ କରୁଛନ୍ତି।ମାଫିଆମାନେ ଦିନରାତି ନୂଆ ଜଗନ୍ନାଥ ସଡକ ଦେଇ ଅନାୟସରେ ଚୋରାଚାଲାଣ କରୁଛନ୍ତି।ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ରାଜ୍ୟ ସରକାର କଡାକଡି ଆଇନ କରିଥିବା ବେଳେ ମାଫିଆମାନେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ମାସିକିଆ ଵଟି ଦେଇ ଚୋରାଚାଲାଣ କରୁଛନ୍ତି।ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ରୋକିବା ପାଇଁ ପ୍ରତିବାଦ କଲେ ମାଫିଆମାନେ ଖଣ୍ଡା,ବୋମା,ବନ୍ଧୁକ ଦେଖାଇ ଧମକ ଚମକ ଦେଉଛନ୍ତି।ଏନେଇ ସ୍ଥାନୀୟ ଅଂଚଳର ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମାଫିଆମାନେ ଖୋଲମଖୋଲା ଭାବରେ ସେମାନଙ୍କ ବେପାର କରୁଛନ୍ତି।ବିଳମ୍ବିତ ରାତିରେ ଖୋର୍ଦ୍ଧା ପୋଲିସର ସ୍ପେଶାଲ ସ୍କାର୍ଡ ରାତିରେ ନୂଆ ଜଗନ୍ନାଥ ସଡକ ନିରାକାରପୁର ଠାରେ ଚଢ଼ାଉ କରି ୭ଟି ମାଙ୍କଡା ପଥର ବୋଝେଇ ଗାଡି ଓ ୨ଟି ବାଲି ବୋଝେଇ ହାଇଓ୍ବ। ଜବତ କରିବା ସହିତ ୮ଜଣ ଡ୍ରାଇଭର କୁ ଅଟକ ରଖିଛି ପୋଲିସ।ଜବତ ଗାଡି ଓ ଡ୍ରାଇଭର ମାନଙ୍କ ନାମରେ ଥାନାରେ ମାମଲା ରୁଜୁ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।