ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଘଟଣା,ଆଉ ୮ ଜଣ ଆଇନଜୀବୀ ଗିରଫ
ସମ୍ବଲପୁର: ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଭର୍ସନା କରିବା ପରେ ଏବେ ପୋଲିସ ଓକିଲଙ୍କୁ ଗିରଫ କରିବାରେ ଲାଗିଛି । କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ବଢିଲା ଗିରଫଦାରୀଙ୍କ ସଂଖ୍ୟା । ଆଉ ୮ ଜଣ ଆଇନଜୀବୀଙ୍କୁ ଗିରଫ କଲା ପୋଲିସ । ଜିଲ୍ଲା ଓକିଲ ସଂଘ ସଭାପତି ଓ କ୍ରିୟାନୁଷ୍ଠାନ କମିଟି ସଭାପତିଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ମିଶାଇ ମୋଟ୍ ୨୪ ଜଣ ଆଇନଜୀବୀଙ୍କୁ ଗିରଫ କରା ସରିଲାଣି । ଆଗକୁ ଆହୁରି ଗିରଫଦାରୀ ବଢିପାରେ । ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଂଚର ଆବଶ୍ୟକତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏଭଳି ବେଂଚର କୌଣସି ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି କୋର୍ଟ କହିଥିଲେ ।