ଭୁବନେଶ୍ୱର: ପୁଷ୍ଟିର ପାୱାର ହାଉସ୍ ମିଲେଟ୍ । ପାଟିକୁ ସୁଆଦ, ଦେହକୁ ହିତ । ମିଲେଟ୍ ଚାହିଦା ବଢୁଛି । ଏହାର ବ୍ୟବହାର ଆହୁରି ବଢ଼ାଇବା ପାଇଁ ଉଦ୍ୟମ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରାଯିବ । ପିଲାଙ୍କ ଟିଫିନ ବକ୍ସରେ ରହିବ ମାଣ୍ଡିଆ । ରୋଗୀଙ୍କ ଖାଦ୍ୟ ତାଲିକାରେ ବି ରହିବ । ସ୍ବାସ୍ଥ୍ୟକର ମିଲେଟର ଅଧିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି ଲାଗି ରାଜ୍ୟ କୃଷି ବିଭାଗ ଗୁରୁତ୍ବ ଦେଇଛି । ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗର ସହଯୋଗରେ ମିଲେଟ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଲେଟର ଉପକାରିତା ସମ୍ପର୍କରେ ବୁଝାଇ ମଧ୍ୟାହ୍ନ ଭୋଜନରେ ଏହା ସାମିଲ କରିବାକୁ ଲକ୍ଷ୍ୟ ରହିଛି । ମେଡିକାଲରେ ମିଲେଟର ବହୁଳ ବ୍ୟବହାର ଉପରେ ରାଜ୍ୟ ସରକାର ଫୋକସ୍ କରିଛନ୍ତି । ଏହାସହ ମିଶନ ଶକ୍ତି କାଫେ ଜରିଆରେ ମିଲେଟ ଖାଦ୍ୟର ପ୍ରସାର ଓ ଅଧିକ ମହିଳାଙ୍କୁ ରୋଜଗାର ଦେବା ପାଇଁ ଗୁରୁତ୍ବ ଦିଆଯାଉଛି ।
Trending
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
Prev Post