ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯିବ । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଓଡ଼ିଶା ଅଣାଯାଉଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ନେବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଏମ୍ସର ବିଶେଷଜ୍ଞ ଡାକ୍ତର ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ । କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ସ୍ୱାସ୍ଥ୍ୟଜନିତ ସମସ୍ୟା କାରଣରୁ ତାଙ୍କ ଓକିଲ ନିମ୍ନ ଅଦାଲତଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପାର୍ଥ କୋଲକାତାର ଏସଏସକେଏମ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।ତେବେ ଏଠାରୁ ଭୁବନେଶ୍ୱର ଏମ୍ସ ଯିବାକୁ ଚାହିଁବାରୁ ଏହାକୁ ବିରୋଧ କରିଥିଲା ଇଡି । ଫଳରେ ଏହି ମାମଲା କୋର୍ଟକୁ ଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ପାର୍ଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ, ଭୁବନେଶ୍ୱର ଏମ୍ସ ଅଧିକାରୀଙ୍କୁ କାର୍ଡିଓଲୋଜି, ନେଫ୍ରୋଲୋଜି, ଶ୍ୱାସକ୍ରିୟ ଚିକିତ୍ସା ଓ ଏଣ୍ଡୋକ୍ରିନୋଲୋଜିରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସାର ଯାଂଚ କରିବାକୁ ଆଦେଶ ଦେଇଛନ୍ତି ।
Trending
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
- ଶ୍ରୀମନ୍ଦିରରେ କାଳୀୟଦଳନ ନୀତି