ଆଉ ଦୁଇ ଦିନ ପରେ ପଦ୍ମପୁରରେ ନିର୍ବାଚନ

ଆଉ ଦୁଇ ଦିନ ପରେ ପଦ୍ମପୁରରେ ନିର୍ବାଚନ । ଏଥିପାଇଁ ସବୁଦଳ ଆଜି ପ୍ରଚାର ଜୋରଦାର କରିଛନ୍ତି । ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ସମର୍ଥକ ଘର ଘର ବୁଲି ପ୍ରଚାର କରୁଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁରଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ । ପରେ ପଦ୍ମପୁରରେ ରୋଡ ସୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପାଇକମାଳ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରଚାର କରି ସାରିଛନ୍ତି । ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର କରିଛନ୍ତି । ଏବେ ଭୋଟରଙ୍କ ଉପରେ ସମସ୍ତଙ୍କର ଭରସା ।