୨୭ରୁ ପୁଣି ଆରମ୍ଭ ହେବ ବର୍ଷା, ପୂଜା ହୋଇପାରେ ମାନ୍ଦା

ପୁଣି ଆସୁଛି ବର୍ଷା । ଏଥର ବର୍ଷା ପୂଜାଛୁଟିକୁ ମାନ୍ଦା କରିଦେଇପାରେ । କାରଣ 27ରୁ ପୁଣି ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଦିନଦୁଇ ଦିନ ପାଗ ଶୁଖିଲା ପରେ ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ । ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ର କହିଛି, ଗତ ଦୁଇଦିନ ଧରି ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହୋଇଯାଇଛି। ଏହାପରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ ସ୍ଥାନରେ ବର୍ଷା ହେବ। ଆଜି ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପାଗ ସାଧାରଣ ଭାବେ ମେଘୁଆ ରହିବ। ମଝିରେ ମଝିରେ ବର୍ଷା ସମ୍ଭାବନା ରହିଛି।