ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ

ରାଜ୍ୟ ସରକାର ବିକଶିତ ଓଡ଼ିଶା@୨୦୩୬କୁ ଲକ୍ଷ୍ୟ ରଖି ବିଭିନ୍ନ ଉନ୍ନୟନମୂଳକ କାର୍ଯ କରୁଛନ୍ତି। ରାଜ୍ୟର ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବାକୁ ଚାହୁଁଛନ୍ତି। ଏହି କ୍ରମରେ ସରକାର ନୂଆନୂଆ ପଦକ୍ଷେପ ହାତକୁ ନେଇଛନ୍ତି। ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ ‘ସମ୍ମିଳନୀ କକ୍ଷ’ର ନିର୍ମାଣ ପାଇଁ ସରକାର ପରିକଳ୍ପନା କରିଛନ୍ତି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଏନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ଏହି ମଣ୍ଡପରେ ୧୦ ହଜାର ଲୋକ ବସି ପାରିଲା ଭଳି ବ୍ୟବସ୍ଥା ରହିବ। ଏତଦ୍‌ ବ୍ୟତୀତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଅନେକଗୁଡ଼ିଏ କାମ ଏବେ କନସେପ୍ଟ ଷ୍ଟେଜରେ ଅଛି। ଆଗକୁ ଏହାର କାର୍ଯ୍ୟ ଆରମ୍ଭ କରାଯିବ।  ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ଏହି ମଣ୍ଡପରେ ୧୦ ହଜାର ଲୋକ ବସି ପାରିଲା ଭଳି ବ୍ୟବସ୍ଥା ରହିବ। ଏତଦ୍‌ ବ୍ୟତୀତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଅନେକଗୁଡ଼ିଏ କାମ ଏବେ କନସେପ୍ଟ ଷ୍ଟେଜରେ ଅଛି। ଆଗକୁ ଏହାର କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟରେ ନୂଆକରି ନିର୍ମାଣ ହେବ ସେକ୍ରେଟେରିଏଟ୍ (ଲୋକସେବା ଭବନ) ଏବଂ ବିଧାନସଭା ନିର୍ମାଣ ହେବ। ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି।

ପୂର୍ତ୍ତମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ନୂଆକରି ନିର୍ମାଣ ହେବ ସେକ୍ରେଟେରିଏଟ୍ (ଲୋକସେବା ଭବନ) ଏବଂ ବିଧାନସଭା ନିର୍ମାଣ ହେବ। ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି। ତେଣୁ ନୂଆ ପ୍ରୋଜେକ୍ଟକୁ ସଠିକ୍ ସମୟରେ ସାରିବାକୁ ସରକାର ଫୋକସରେ ରଖିଛନ୍ତି।

ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି କରାଯାଇ ପାରିବ ନାହିଁ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି। ତେଣେ ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରିକୁ ନିଷିଦ୍ଧ କରାଯାଇଛି। ସବୁ ଦିନ ଲାଗି ଏହି ନିୟମ ଲାଗୁ ରହିବ।

Leave a comment