୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ଘନଘନ ବୈଠକ
୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ଏବେ ନିଦରୁ ଉଠିଛି । 2019 ନିର୍ବାଚନ ପରେ ଲଗାତର ହାରିବା ପରେ ଦଳ ଏବେ ପୁଣି ଲଢ଼େଇ କରିବା ପାଇଁ ମଇଦାନ ଖୋଜୁଛି ।
ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଗସ୍ତରେ ଏକାବେଳେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସିଥିବା ବେଳେ, ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ବିଶ୍ବେଶ୍ବର ଟୁଡୁ, ଭୂପିନ୍ଦର ଯାଦବ, ଅଶ୍ବିନୀ ଚୌବେ ଓ ନିଶଥ ପରମାଣିକ ଓଡ଼ିଶା ଗସ୍ତରେ ରହିଛନ୍ତି । ଆଜି କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ନିଶଥ ପରମାଣିକ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପୁରୀ ଗସ୍ତରେ ଯିବେ କେନ୍ଦ୍ର ମନ୍ତ୍ରୀ ଭୂପିନ୍ଦର ଯାଦବ । ସେପଟେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କଟକ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି ।
ଖାଲିସେତିକି ନୁହେଁ ଯାଜପୁରରେ ଅର୍ଜୁନ ମୁଣ୍ଡା ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିଛନ୍ତି । ତେବେ ୨୦୨୪ ନିର୍ବାଚନରେ ବିଜେଡିଠାରୁ ବିଜେପି କେତେ ଆସନ ଛଡାଇ ଆଣିବ ତାହା ସମୟ କହିବ । ସେପଟେ କଂଗ୍ରେସ ମଧ୍ୟ ପୁଣି ଦୁଇ ନମ୍ବର ସ୍ଥାନକୁ ଯିବାପାଇଁ ଲୋକଙ୍କ ନିକଟତର ହେବାକୁ ଯାତ୍ରା ଆରମ୍ଭ କରୁଛି ।
ସମୟ କହିବ ଲୋକେ କାହାକୁ କେତେ ଗ୍ରହଣ କରୁଛନ୍ତି ।