ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକ

ଆଜି ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକ । ଏହି ଅବସରରେ ଓସିଏର ସଭାପତି ଭାବେ ଦାୟିତ୍ୱ ନେବେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସଭାପତି ଭାବେ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପ୍ରଣବ ପ୍ରକାଶଙ୍କ ସମେତ ତାଙ୍କ ପ୍ୟାନେଲରେ ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ଭାବେ ସଞ୍ଜୟ ବେହେରା ଦାୟିତ୍ୱ ନେବେ ।ଏହା ସହ ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଓ ଆପେକ୍ସ କାଉନ୍ସିଲ ସଦସ୍ୟ ଭାବେ ପ୍ରତାପ ପ୍ରଧାନ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ । ଆଜି ବୈଠକରେ ଓଡ଼ିଶା କ୍ରିକେଟର ବିକାଶ ନେଇ ଆଲୋଚନା କରାଯିବ । ବାରବାଟୀ ଷ୍ଟାଡିୟମର ନବକଳେବର ନେଇ ଏକ ବୃହତ ଯୋଜନା ରହିଛି । ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା କିପରି ବୃଦ୍ଧି କରାଯାଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।