ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷଦିନ
ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷଦିନ । ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ରବି ନାୟକ । କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସରକାର ଆସିବ ବୋଲି କହିଛନ୍ତି ।
ବିଜେଡିର ଯାହା ବି ଚ୍ୟାଲେଞ୍ଜ ଅଛି ତାକୁ ଗ୍ରହଣ କରି ଲଢ଼େଇ ହେବ । ତୃଣମୂଳ ସଙ୍ଗଠନ ମଜଭୁତ, କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ବିଜେପିର ଫୋକସ ରହିଛି । ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକର୍ତ୍ତାମାନଙ୍କୁ ବିଜେପିର ବିଚାରଧାରା ସମେତ ଅନେକ କିଛି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ଯାହାକି ଦଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବ ବୋଲି ରବି ନାୟକ କହିଛନ୍ତି ।ଦ୍ୱିତୀୟ ଦିନରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଥିଲେ, ରାଜ୍ୟରେ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ମହିଳା, ଗରିବ ଓ ଶିକ୍ଷାମାରଣ ନୀତି ଅତ୍ୟନ୍ତ ଚିନ୍ତାଜନକ । ବିଜେଡି ସରକାର ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତାରିତ କରିବା ସହ ବିକାଶରେ ବାଧକ ସାଜିଛି । ଫଳରେ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ଓଡ଼ିଶାବାସୀ ବଞ୍ଚିତ ହୋଇଛନ୍ତି ।