ଦକ୍ଷ ହେବେ ଓଡିଶାର ଛାତ୍ରଛାତ୍ରୀ

ଦକ୍ଷ ହେବେ ଓଡିଶାର ଛାତ୍ରଛାତ୍ରୀ । ବିଶ୍ୱ ଦକ୍ଷତା କେନ୍ଦ୍ରରେ ଓଡିଶାର ୪୦ ଛାତ୍ରଛାତ୍ରୀ ନୂଆ ଦକ୍ଷତା ହାସଲ କରିବେ । ତେଣୁ ୪୦ ଛାତ୍ରଛାତ୍ରୀ ସିଙ୍ଗାପୁର ଗସ୍ତ କରିଛନ୍ତି । ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏହି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆ ଦକ୍ଷତା ହାସଲ କରିବା ସହ ସାରା ବିଶ୍ୱରେ ଏକ ନମ୍ବର ହେବାକୁ ନବୀନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସିଙ୍ଗାପୁରରେ ଥିବା ଏକ ଆଇଟିଆଇରେ ଆୟୋଜିତ ହେଉଛି ଛାତ୍ର ବିନିମୟ କାର୍ଯ୍ୟକ୍ରମ ।ଆସନ୍ତାକାଲିଠୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୮ ତାରିଖ ଯାଏ ଚାଲିବ । ଏହି କାର୍ଯ୍ୟକ୍ରମରେ ୩୨ ଛାତ୍ର, ୮ ଛାତ୍ରୀ ସାମିଲ ହେବେ । ଏହି ୪୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨ ଜଣ ଚାଷୀ ପରିବାରର ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ଜଣ ମାନବବିହୀନଯାନ ବା ୟୁଏଭିର ପ୍ରୋଗ୍ରାମିଂ ଏବଂ ମାନବ ବିହୀନ ବିମାନ ସିଷ୍ଟମ ବା ୟୁଏଏସର ରୂପାନ୍ତରଣ ବିଷୟରେ ଶିକ୍ଷାଗ୍ରହଣ କରିବେ । ସେହିପରି ବାକି ୨୦ ଜଣ ସ୍ୱୟଂଚାଳିତ ମୋବାଇଲ ରୋବଟ ଏବଂ ଇଣ୍ଡଷ୍ଟ୍ରି ଶିକ୍ଷାଗ୍ରହଣ କରିବେ ।