ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ ହଜ୍ଜି-ମଜ୍ଜି ଝୁମିବାରେ ଲାଗିଥିବାର ଲକ୍ଷ୍ୟ କରାଯାଇଥିଲା। ନିକଟରେ ଡେନମାର୍କଠାରେ ଅବସ୍ଥାପିତ ଓଡ଼ିଆ ଝିଅ ନିତ୍ୟା ଜାତୀୟ ରାଜଧାନୀର ତ୍ରିବେଣୀ କଳା ସଙ୍ଗମଠାରେ ତାଙ୍କର ମଞ୍ଚ ପ୍ରବେଶ ନୃତ୍ୟ କାର୍ଯ୍ୟକ୍ରମ ‘ଅରଂଗେତ୍ରମ’ ପରିବେଷଣ କରିଥିଲେ। ନିତ୍ୟାଙ୍କର ରସ ଓ ଲାସ୍ୟ ଭରା ନୃତ୍ୟ ପ୍ରସ୍ତୁତି, ତାଙ୍କର ଅନନ୍ୟ ପ୍ରତିଭା ଏବଂ ଅଜସ୍ର ପାରଦର୍ଶିତାର ସ୍ୱାକ୍ଷର ବହନ କରୁଥିଲା । ଖଚାଖଚ୍ ଭରି ଥିବା ତ୍ରିବେଣୀ ପ୍ରେକ୍ଷାଳୟରେ ଦର୍ଶକମାନେ ତାଙ୍କର ପ୍ରତ୍ୟେକ ପ୍ରସ୍ତୁତିକୁ ମନଭରି ଉପଭୋଗ କରିବା ସାଙ୍ଗକୁ ତାଳିର ଗହଗହ ନାଦରେ ତାଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା। ନିତ୍ୟାଙ୍କର ରଙ୍ଗମଞ୍ଚ ଉପରେ ଏହି ପ୍ରଥମ ଏକକ ନୃତ୍ୟ ପରିବେଷଣ, ଉଭୟ ସାଧାରଣ କଳା ପ୍ରେମୀ ଏବଂ ସଂସ୍କୃତି ସମାଲୋଚକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିବା ଜଣାଯାଇଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Next Post