୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ,କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି
ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ନଭେମ୍ବର ୧୦ ଯାଏଁ ସଡ଼କ ଓ ପରିବହନ ଉପରେ ହେବ ଆଲୋଚନା । ୮୪ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି । ଦୀର୍ଘବର୍ଷ ପରେ ଓଡ଼ିଶା ୮୪ତମ ଜାତୀୟ ରୋଡ କଂଗ୍ରେସର ଆୟୋଜକ କରୁଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ନଭେମ୍ବର ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । ୫ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆଜି ବୈଷୟିକ ପ୍ରଦର୍ଶନୀ ହୋଇଛି । ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ରୋଡ୍ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ, ୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍ଯାପନୀ ଉତ୍ସବ । ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରିବେ ମନ୍ତ୍ରୀ ଓ ଅଧିକାରୀ । ରାସ୍ତା ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ନୀତି ଓ ନକ୍ସା ପ୍ରସ୍ତୁତ ହେବ ।