ସନ୍ତୋଷଙ୍କ ପାଖରୁ ମିଳିନି ସୁସାଇଡ ନୋଟ: ଏସପି

ଭୁବନେଶ୍ବର: ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଆତ୍ମହତ୍ୟା ଘଟଣାରେ କୈାଣସି ସୁସାଇଡ ନୋଟ ମିଳିନଥିବା ଏସପି ମୁକେଶ କୁମାର ଭାମୁ କହିଛନ୍ତି । ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା ପରେ ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନିଜ ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖାଯାଇଛି । ଉଦିତନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘରେ ବାପା ମା’ ଥିବା ବେଳେ ଗତକାଲି ରାତି ସାଢ଼େ ୧୦ଟା ସମୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ କିଛି ଦିନ ଧରି ସେ ଡିପ୍ରେସନରେ ଥିବା ତାଙ୍କ ବାପା କହିଛନ୍ତି । ପୁଅ ମାସେ ହେଲା ଚିନ୍ତାରେ ଥିଲା । ତେବେ ମୃତ୍ୟୁପରେ ସନ୍ତୋଷ କିଛି ସୁସାଇଡ ନୋଟ ଛାଡି ଯାଇନଥିବା କୁହାଯାଉଛି ।