୭ ଦିନ ମଧ୍ୟରେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ’

‘ଓଡ଼ିଶାକୁ ମହାବାତ୍ୟା ମାଡ଼ି ଆସୁଛି, ଘଣ୍ଟାକୁ ୨୫୦ କିମି ବେଗରେ ପବନ ବୋହିବ।’ ଗତକାଲି ଆମେରିକାନ୍‌ ସଂସ୍ଥା  ଏପରି ପୂର୍ବାନୁମାନ କରିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ରାଜ୍ୟବାସୀ। ବଙ୍ଗୋପସାଗରରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ଉକ୍ତ ସଂସ୍ଥା ଉଲ୍ଲେଖ କରିଥିଲା। ହେଲେ ଆଜି ଉକ୍ତ ସଂସ୍ଥା ତରଫରୁ ବାତ୍ୟା ସମ୍ପର୍କରେ କୌଣସି ସୂଚନା ପ୍ରସାରଣ କରାଯାଉନି। ତେଣୁ ବାତ୍ୟାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଏକ ସାକ୍ଷାତକାରରେ ସେ କହିଛନ୍ତି, ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ। ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ତେଣୁ ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ।