ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ

ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇ ଝାରପଡ଼ା ଜେଲ୍‌ରେ ଛଟପଟ ହେଉଥିବା ବ୍ଲାକମେଲର  ଅର୍ଚ୍ଚନା ନାଗ ଏବେ ମୁକୁଳିବା ପରି ମନେ ହେଉନି। ଅର୍ଚ୍ଚନାଙ୍କ ନାଁରେ ହନିଟ୍ରାପ୍, ବ୍ଲାକମେଲ୍ ଓ ହତ୍ୟା ଧମକ ଭଳି ସଂଗୀନ ଦଫା ଲାଗିଛି। ଫଳରେ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି  ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ । ଆଜି ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି  ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ । ଫଳରେ ପ୍ରାୟ ୧୦ ଦିନ ହେବ ଜେଲ୍‌ ଚାରିକାନ୍ଥରେ ଛଟପଟ ହେଉଥିବା ଅର୍ଚ୍ଚନାଙ୍କ ଏବେ ମୁକୁଳିବା ଆଶା ପାଣି ଫୋଟକା ପରି ମିଳାଇଗଲା।

ଗତ ଶୁକ୍ରବାର ଅର୍ଚ୍ଚନା ଜାମିନ ପାଇଁ ଆବେଦନ କରିଥିଲେ।  ଉକ୍ତ ଦିନ କୋର୍ଟ ଏହାକୁ ସଂରକ୍ଷିତ ରଖିଥିବା ବେଳେ ଆଜି ଶୁଣାଣି କରି ତାହାକୁ ଖାରଜ କରି ଦେଇଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି ।  ଏହି ଅଭିଯୋଗରେ ଅକ୍ଟୋବର ୭ ତାରିଖରେ ତାକୁ ଗିରଫ କରିଥିଲା କମିଶନରେଟ ପୁଲିସ୍  । ଏବେ ସେ ଝାରପଡ଼ା ଜେଲ୍‌ରେ ଅଛନ୍ତି ।