ସର୍ବଭାରତୀୟ ସ୍ତରରେ ଓଡିଶୀ ସଗୀଂତରେ ସଫଳତା ପାଇଲେ ନିରାକରପୁରର ଝିଅ ଇନ୍ଦିରା
ସର୍ବଭାରତୀୟ ସ୍ତରରେ ଓଡିଶା ସଙ୍ଗୀତର କନିଷ୍ଠ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିୟର ବିଭାଗ ପକ୍ଷରୁ ଓଡିଶା ସଗୀଂତ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ଝିଅ ଇନ୍ଦିରା ପ୍ରିୟଦର୍ଶିନୀ ସାଇଶ୍ୱରୀ ଦାଶ ।
ସର୍ବ ଭାରତୀୟ ସ୍କଲାରସିପ ପାଇଁ ଓଡିଶୀ ସଗୀଂତରେ ୫ଜଣ ସଫଳତା ପାଇଥିବାବେଳେ ଇନ୍ଦିରା ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି।ଇନ୍ଦିରା ନବମ ଶ୍ରଣୀର ମେଧାବୀ ଛାତ୍ରୀ। ପାଠପଢିବା ସହିତ ଓଡିଶୀ ସଗୀଂତ ପ୍ରତି ରୁଚି ରଖି ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ କରି ସଫଳତା ପାଇଛନ୍ତି।ଦୈନିକ ପାଠପଢିବା ସହିତ ୩/୪ଘଣ୍ଟା ଧରି ସଗୀଂତ ପାଇଁ ସମୟ ଦେଇଥାନ୍ତି। ସେ ଆଖପାଖ ଅଂଚଳର ଛୋଟବଡ ମଂଚରେ ଓଡିଶୀ ସଗୀଂତ ଓ ଭଜନ ଗାଇ ପୁରସ୍କୃତ ହୋଇଛନ୍ତି ।ପରିବାରର ନିଜ ବାପା ମାଆ ଇନ୍ଦିରା କୁ ସଗୀଂତ କ୍ଷେତ୍ରରେ ଯିବା ପ୍ରେରଣା ଦେବା ସହିତ ସଗୀଂତ ଗୁରୁ ଓଡ଼ିଶା ସଗୀଂତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଦିପ କୁମାର ଦାଶ ଠାରୁ ଶିକ୍ଷା ପାଇ ସଫଳତାର ଶିର୍ଷ ସ୍ଥାନ ଅଧିକାର କରିଛନ୍ତି।ଇନ୍ଦିରା ସଫଳତା ପାଇଁ ନିଜର ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି ।ଆଗାମୀ ଦିନରେ ଓଡିଶୀ ସଗୀତକୁ ସାସ୍ତ୍ରୀୟ ମାନ୍ୟତା ଦେବା ସହିତ ଜଣେ ସଫଳ କଣ୍ଠଶିଳ୍ପୀ ହେବାକୁ ଲକ୍ଷ ରଖିଛନ୍ତି। ଇନ୍ଦିରାଙ୍କ ସଫଳତା ପାଇଁ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି।